ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସବ୍ ଇନ୍ସପେକ୍ଟର

ଯାଜପୁର: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାମଲା ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ସେ ନେଇଥିବା ୧୦ ଜହାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନୀର୍ମଳଙ୍କୁ ଥାନାରୁ ଉଠାଇ ନେଇଛି କଟକ ଭିଜିଲାନ୍ସ ଟିମ୍ । ଗତ ୨ ଦିନ ପୂର୍ବେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ ।