କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’
ଭୁବନେଶ୍ବର: କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ । ପ୍ରତି ରୋଗୀଙ୍କୁ ଏକକ ପରିଚୟ ପତ୍ର ଦିଆଯିବ । ଏଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ତଥ୍ୟ ରହିବ । ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମଧ୍ୟ ସଂଶ୍ଲୀଷ୍ଟ ରହିବ ।ବିଜେପି ସରକାର ଖୁବଶୀଘ୍ର ଉଭୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସହ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକ୍ଷମ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି ।ଏଥିରେ ରାଜ୍ୟର ୧କୋଟି ପରିବାରର ସାଢ଼େ ୩କୋଟି ଲୋକଙ୍କୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଦେଶର ୨୭ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ସୁବିଧା ରାଜ୍ୟବାସୀଙ୍କୁ ମିଳିବ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।