ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀଙ୍କ ସୂଚନା

ରେଳ ବଜେଟରେ ଓଡିଶାକୁ ମିଳିଲା ୧୦ହଜାର ୧୨ କୋଟି ଟଙ୍କା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ଚଳିତ ବର୍ଷଠାରୁ ରେଳ ପଥ ନିର୍ମାଣକୁ ବୃଦ୍ଧି କରାଯିବ । ଏହି ବର୍ଷ ୨୮୦ କିଲୋମିଟର ରେଳ ପଥ ନିର୍ମାଣ ହେବ । ଯାହା ରାଜ୍ୟ ସରକାର ମାଗିଥିଲେ, ତାହାଠୁ ଅଧିକ ଅନୁଦାନ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ରେଳ ବଜେଟର ରାଜ୍ୟ ସରକାର ମାଗିଥିଲେ ୮ହଜାର ୪୦୦ କୋଟି । କିନ୍ତୁ ମୋଦୀ ସରକାର ଓଡିଶାକୁ ୧୦ହଜାର ୧୨ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟର ୫୭ଟି ରେଳ ଷ୍ଟେସନର ଆଧୁନିକିକରଣ କରାଯିବ । ୨୦୨୨-୨୩ରେ ଓଡିଶାକୁ ମିଳିଥିଲା ୭ ହଜାର ୬୦୦ କୋଟି ଟଙ୍କା ।