ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଓଡ଼ିଶା ଦିବସ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଛି ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏହି ଅବସରରେ ଆଜି ଅନୁଷ୍ଠିତ ହେବ ଓଡ଼ିଶା ଦିବସ । ଚଳିତବର୍ଷ ଭାରତ ଅନ୍ତର୍ଜାତୀୟ ମେଳାର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ଏହାସହ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ରାଜ୍ୟର ୮ଟି ବିଭାଗର ୨୪ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି । ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି, ସାଂସଦ ମାନସ ମଙ୍ଗରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।