ଶପଥ ନେଲେ ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟିକା ଭାବେ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି। ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ମୁଁ ଝାରସୁଗୁଡ଼ାବାସୀଙ୍କ ସେବା କରିବି। ଏହାଛଡ଼ା ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ଦିଗରେ କାମ କରିବି। ଝାରସୁଗୁଡ଼ା ପାଇଁ ଅନେକ କାମ ବାକି ଅଛି ସେସବୁ ସେ କରିବେ ବୋଲି କହିଛନ୍ତି । ଲୋକମାନେ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସେ ପାଳନ କରିବେ । ନିଜର ଦାୟିତ୍ବ ନିଭାଇବେ ବୋଲି କହିଛନ୍ତି ଦୀପାଳି ଦାସ । ଦୀପାଳି  ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ  ବିଜୟୀ ହୋଇଛନ୍ତି।