ଆଜି ବାହାରିବ ମାଟ୍ରିକ୍‌ ପରୀକ୍ଷାଫଳ: www.bseodisha.ac.in ରେ ପରୀକ୍ଷାଫଳ ଉପଲବ୍ଧ ହେବ

କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ୧ ପରୀକ୍ଷା

କଟକ :  ୨୦୨୩ ମାଟ୍ରିକ୍‌ ଫଳ ଆଜି ବାହାରିବ । ମାଟ୍ରିକ ସହ  ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ  ୧୦ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ  । କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତ‌ିରେ ପରୀକ୍ଷାଫଳ ପ୍ରକାଶ ପାଇବ। ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।