ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରତିନିଧି ବୈଠକରେ ଯୋଗଦେଇଛନ୍ତି । ରାଜ୍ୟ ସରକାରଙ୍କ ଏଥର ଫୋକସ୍ ଏରିଆ ହେଉଛି ଟେକ୍ସଟାଇଲ ଓ ହ୍ୟାଣ୍ଡଲୁମ୍ । ରାଜ୍ୟରେ କୁଶଳୀ ବୁଣାକାରଙ୍କ ସହ ହସ୍ତତନ୍ତର ସ୍ବତନ୍ତ୍ର ପରିଚୟ ରହିଛି । ବେଙ୍ଗାଲୁରୁରେ ଆୟୋଜିତ ଏହି ସମ୍ମିଳନୀରେ କର୍ଣ୍ଣାଟକ ଓ ଆଖପାଖ ରାଜ୍ୟର ନିବେଶକଙ୍କୁ ସାମିଲ ହୋଇଛନ୍ତି।