ନେଦରଲ୍ୟାଣ୍ଡସ ହକି ଟିମ କୁ ସ୍ବାଗତ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ପହଁଚିଛନ୍ତି ବିଦେଶ ଖେଳାଳି । ପ୍ରଥମ ଦଳ ଭାବେ  ପହଂଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍ । ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଛି ନେଦରଲ୍ୟାଣ୍ଡସ ହକି ଟିମ୍ । ବିମାନବନ୍ଦରରେ ଟିମ କୁ  ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ । ସେଥିପାଇଁ ନେଦରଲ୍ୟାଣ୍ଡସ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା ।