ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ । ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ନବ ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ନବ ଦାସଙ୍କ ପରଲୋକରେ ଗଭୀର ଦୁଖ ପ୍ରକାଶ କରିଛନ୍ତି ।  ବ୍ରଜରାଜନଗର ଗାନ୍ଧୀ ଛକରେ ପୋଲିସ  ଏଏସଆଇ ଗୋପାଳ ଦାସ ଗୁଳିମାଡ କରିଥିଲେ । ଝାରସୁଗୁଡ଼ା ଗାନ୍ଧି ଛକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ନିଜ କାରରୁ ବାହାରୁ ଥିବା ବେଳେ ଅତି ନିକଟରୁ ପୋଲିସ ଏଏସଆଇ ଗୋପାଳ ଗୁଳି କରିଥିଲେ । ୫ ରାଉଣ୍ଡ ଗୁଳି ଚଳାଇବା ବେଳେ ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିଲା  । ତେବେ ମନ୍ତ୍ରୀଙ୍କ ଛାତିରେ ଏହି ଗୁଳିବାଜିଥିବାରୁ ତାଙ୍କୁ ଏୟାରଲିଫ୍ଟିଂ କରାଯାଇ ଭୁବନେଶ୍ବର ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନବ କିଶୋର ଦାସ  ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।