ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା

ଭୁବନେଶ୍ବର: ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା । ଆଗାମୀ ଏକ ବର୍ଷ ଭିତରେ ଲୋଡ ସେଡିଂ ଦୂର କରିବା ସହ ଲୋ-ଭୋଲଟେଜ୍ ସମସ୍ୟାରୁ ମିଳିବ ମୁକ୍ତି । ଯାହା ଫଳରେ ବାତ୍ୟା ସମୟରେ ତୁରନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିବ । ଲୋ-ଭୋଲଟଜ ସମସ୍ୟା ବହୁ ମାତ୍ରାରେ ନିୟନ୍ତ୍ରଣକୁ ଅଣାଯାଇଛି । କାଁ ଭାଁ ସ୍ଥାନ ଯେଉଁଠି ଲୋ-ଭୋଲଟେଜ ସମସ୍ୟା ରହିଛି, ସେଠାରେ ନୂଆ ଗ୍ରୀଡ଼ ଷ୍ଟେସନ ବସାଉଛି ଶକ୍ତି ବିଭାଗ । ସେହିପରି ପରିବେଶକୁ ଧ୍ୟାନ ଦେଇ ବି କାମ କରାଯାଉଛି । ଝାରସୁଗୁଡ଼ା ଓ ତାଳଚେର ପରି ସହର ପ୍ରଦୂଷଣରେ ଧନ୍ଦି ହୋଇ ପଡ଼ିଲାଣି । ରାଜଧାନୀ ଭୁବନେଶ୍ବର ବି ଦିଲ୍ଲୀ ପରି ବିଷବଳୟ ଆଡ଼କୁ ଗତି କରୁଛି । ଯେଉଁଥି ପାଇଁ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିରୁ ୧୦ ହଜାର ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଘନ ଘନ ବିଦ୍ୟୁତ୍ କାଟ ବି ବନ୍ଦ ହେବ । ଏଥିପାଇଁ ଗ୍ରୀଡ଼ ଷ୍ଟେସନ ଅହେତୁକ ଭାବେ ବୃଦ୍ଧି କରାଯାଉଛି । ଟ୍ରାନସମିସନ ଓ ବିତରଣକୁ ଫୋକସ ଦିଆଯାଇ ନୂଆ ପ୍ରାଇମେରି ସବ-ଷ୍ଟେସନ ସ୍ଥାପନ କରାଯାଉଛି । ଟ୍ରାନସଫର୍ମର ସଂଖ୍ୟାରେ ବୃଦ୍ଧି ଅଣାଯାଉଛି । ଶକ୍ତି ଭିତ୍ତିଭୂମି ପାଇଁ ବାତ୍ୟା ଓ ଜଙ୍ଗଲ ଅନୁମତି ମଞ୍ଜୁରୀ ବାଧା ସାଜୁଛି । ଏହା ଉପରେ ଅଙ୍କୁଶ ଆଣିବାକୁ ଭୁତଳ କେବଲିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି ।