ନୀତି ଆୟୋଗ ବୈଠକରେ ସାମିଲ ହେଲାନି ଓଡ଼ିଶା, ସଂସଦ ଭବନ ଉଦଘାଟନରେ ସାମିଲ ହେବ

ଦିଲ୍ଲୀରେ ଆୟୋଜିତ ବହୁ ଗୁୁରୁତ୍ବପୂର୍ଣ୍ଣ  ନୀତି ଆୟୋଗ ବୈଠକରେ ଯୋଗ ଦେଇନି ଓଡିଶା । କିନ୍ତୁ ଆସନ୍ତାକାଲି ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବ ବିଜେଡି । ଆଜି କିଛି ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ବର୍ଜନ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ଯୋଗଦେଇନଥିବା ଦେଖାଯାଇଥିଲା ।  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି ଜଣା ପଡିବା ପରେ ପୁଣି ଜାତୀୟ ସ୍ତରରେ ଚର୍ଚା ଜୋର ଧରିଛି।  ନବୀନ ବୈଠକରେ କାହିଁକି ଯୋଗ ଦେଇନାହାନ୍ତି ତାହା ବିଜେଡି ପକ୍ଷରୁ ସ୍ପଷ୍ଟ ହୋଇନାହିଁ ।

 ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ଶାସନରେ ଥିବା ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇନାହାନ୍ତି । ଆଉ ଏତିକିବେଳେ ନବୀନ ବି ବୈଠକରେ ସାମିଲ ନହେବା ଆଲୋଚନାର ବିଷୟ ହୋଇଛି ।