ସହିଦଙ୍କୁ ଜନ୍ମମାଟିରେ ଗାର୍ଡ ଅଫ୍ ଅନର୍

ବାଲେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ ବୀର ଓଡ଼ିଆ ପୁଅ ପ୍ରକାଶ ଶିଅଳ । ଜନ୍ମମାଟି ବାଲେଶ୍ବର ଜିଲ୍ଲା ବାହାନଗାର ଗୋପାଳପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି । ପ୍ରକାଶଙ୍କ ୮ ବର୍ଷର ପୁଅ ମୁଖାଗ୍ନୀ ଦେଇଥିଲେ । ଶୋକାକୂଳ ପରିବେଶରେ ପ୍ରକାଶକୁ ବିଦାୟ ଜଣାଇଛନ୍ତି ଆତ୍ମୀୟ, ପରିଜନ ଓ ଗ୍ରାମବାସୀ । । ୨୦୦୬ରୁ ବିଏସଏଫରେ ଯୋଗ ଦେଇ ଦୀର୍ଘ ୧୭ ବର୍ଷ ଦେଶ ସେବାରେ ନିୟୋଜିତ ଥିଲେ ପ୍ରକାଶ । ଶେଷ ଥର ପାଇଁ ସେପ୍ଟେମ୍ବର ୬ ତାରିଖରେ ଗାଁକୁ ଆସିଥିଲେ । ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ସହିଦ ହୋଇଥିଲେ ।ପ୍ରକାଶ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍‌ରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ୍‌ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।