ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନବୀନଙ୍କ ଫୋନ ଯାଇନି

ଭୁବନେଶ୍ବର : ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ଆସନ୍ତାକାଲି  ସାମିଲ୍‌  ହେବେ । ତେବେ କିଏ ମନ୍ତ୍ରୀ ହେବ ସେନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋନ କାହାପାଖକୁ ଯାଇନି । ତେଣୁ ନାମ ଜଣାପଡିନାହିଁ ।  ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବାରୁ ଲବି ଆରମ୍ଭ କରିଛନ୍ତି ବିଧାୟକ । ଆଜି ସଂଧ୍ୟା ଭିତରେ ନାମ ଜଣାପଡିଯିବ ।  ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି।  ସୋମବାର ପୂର୍ବାହ୍ନ ୧୦ଟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ଜଣାପଡ଼ିଛି। କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ।