ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ: ପ୍ରଭୁ ଚାଓ୍ବଲା
ଭୁବନେଶ୍ୱର: ଇଣ୍ଡିଆନ ଏକ୍ସପ୍ରେସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏହାର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ନାହାନ୍ତି । । ପ୍ରଭୁ ଚାଓ୍ବଲା କହିଛନ୍ତି, ଓଡ଼ିଶାରେ ରହିଛି ନବୀନ ଯାଦୁ । ନବୀନଙ୍କ ହାତ ହଲିଲେ ଦଳର ଭୋଟ ବଢୁଛି । ନବୀନଙ୍କ ଯାଦୁକୁ ଆଜିଯାଏ କେହି ବୁଝିପାରିନାହାନ୍ତି । ନବୀନ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ । ନବୀନଙ୍କ ବିକଳ୍ପରେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭୁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ୨୦୨୪ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସେପଟେ ବିରୋଧୀଙ୍କ ଚିରାଚରିତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଭୁଚାଓ୍ବାଲା କହିଛନ୍ତି ନେତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ । ବିରୋଧୀ ଅସହିଷ୍ଣୁ ହୋଇ ବିଭିନ୍ନ ରାଜନୈତିକ ଅଭିଯୋଗ କରୁଛନ୍ତି ।