ଆଜି ନବଯୌବନ ଦର୍ଶନ

 

ପୁରୀ : ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏହାପୂର୍ବରୁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ପରିମାଣିକ ଦର୍ଶନର ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଓ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଦର୍ଶନ ହୋଇଥିଲା। ଆଜି ପରିମାଣିକ ଦର୍ଶନ ଲାଗି ୫ ହଜାର ଟିକେଟ୍ ବିକ୍ରି କରାଯାଇଥିଲା । ପୂର୍ବାହ୍ନ ୧୧ଟାରୁ ଦର୍ଶନ ବନ୍ଦ ହୋଇ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହେଇଛି। କିନ୍ତୁ, ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ। ଏଥିପାଇଁ ପ୍ରଶାସନିକ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି।