ଅସରାଏ ବର୍ଷା ପାଣିରେ ବୁଡୁଛି ରାଜଧାନୀ । ସକାଳୁ ଦିନ 12ଟା ପର୍ଯ୍ୟନ୍ତ ଲଗାଣ ବର୍ଷାରେ ଆଉଟ ପାଉଟୁ ହୋଇଛନ୍ତି ଲୋକେ । ଆଜି ବି ସିଆରପିଠାରୁ ଇସ୍କନ ମନ୍ଦିର ସମ୍ମୁଖରେ , ଆଠ ନମ୍ବର ଡିଏଭି ସ୍କୁଲ ପାଖରେ, ବମିଖାଲରେ ଚକେଇସିଆାଣିରେ , ବେହେରାସାହିରେ ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସେହିପରି ଆଜି ଜଟଣୀରେ ବୁଡିଲା ମୋ’ ବସ୍। ବସ୍ରୁ ବାହାରି ପହଁରିଲେ ଯାତ୍ରୀ ଓ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଜଟଣୀ- ପିପିଲି ଅଣ୍ଡରପାସ ବାଇପାସରେ ଦେଖିବାକୁ ମିଳିଛି । ବର୍ଷା ପାଣି ଜମିଥିବାରୁ ଘଟିଥିବା ସୂଚନା ମିଳିଛି। ଯାହା ଫଳରେ ପୁରୀ- ଜଟଣୀ ରାସ୍ତାରେ ଯାତୟତ ବାଧାପ୍ରାପ୍ତ ହୋଇଛି। ଅଣ୍ଡର ପାସ୍ରୁ ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଥିବା ଜଣାପଡିଛି।ସୂଚନା ମୁତାବିକ, ଆଜି ସକାଳେ ଉପକୂଳ ଓଡ଼ିଶା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ଠିକ୍ ଭାବେ ହୋଇପାରିନଥିବାରୁ ଅଞ୍ଚଳବାସୀ ଅସୁବିଧା ସମ୍ମୁଖୀନ ହୋଇଛି। ଏହାରି ଭିତରେ ଜଟଣୀ-ପିପିଲି ସଂଯୋଗ କରୁଥିବା ରାସ୍ତାରେ ଅଣ୍ଡରଗ୍ରାଉଣ୍ଡ ଅଭାବନୀୟ ଘଟଣା ଦେଖିବକୁ ମିଳିଛ। ଲଗାଣ ବର୍ଷା ହେବା ଫଳରେ ଅଣ୍ଡରଗ୍ରାଉଣ୍ଡରେ ବର୍ଷା ପାଣି ଜମିରହିଥିଲା । ଯାହାଫଳରେ ଅଣ୍ଡରଗ୍ରାଉଣ୍ଡ ଦେଇ ଯାଉଥିବା ମୋ ବସ୍ଟି ପାଣିରେ ଫସି ରହିଥିଲା । ଅତ୍ୟଧିକ ବର୍ଷା ପାଣି ଜମି ରହିଥିବା ଲାଗି ବସ୍ଟି ଆଗକୁ ଯାଇପାରିନଥିଲା । ଶେଷରେ ବସ୍ରେ ଥିବା ଯାତ୍ରୀ ଓ କର୍ମଚାରୀମାନେ ପହଁରି ପହଁରି ଉଚ୍ଚା ସ୍ଥାନକୁ ଆସୁଥିବା ସହ ନିଜ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି।