ସାମ୍ବାଦିକଙ୍କୁ ମିଳିବ ବୀମା ରାଶି

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସମାଜର ମଙ୍ଗଳ ପାଇଁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ କାମ କରିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ସାଂସଦ ।