ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ନୀଳାଞ୍ଚଳ ପଟେଲ
ବରଗଡ଼: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନଙ୍କ ମରଶରୀର। ମଣିପୁରରେ ପ୍ରାଣ ହରାଇଥିବା ସହିଦ ଓଡ଼ିଆ ବୀର ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟରେ ଆଖି ଲୁହରେ ଭିଜିଥିଲା ବାଘପାଲିର ଶ୍ମଶାନ ।
ବରଗଡ଼ ବାଘପାଲି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଛି । ବଡ଼ ଝିଅ ରାଣୀ ପଟେଲ ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ । ନୀଳାଚଳ ଅମର ରହେ ଧ୍ବନିରେ କମ୍ବିଉଠିଥିଲା ପରିବେଶ । ଜିଲ୍ଲାପାଳ, ଏସପିଙ୍କ ସହ ରାଜନେତା ସହିଦଙ୍କୁ ବିଦାୟ ଜଣାଇଥିଲେ । ବାଇକ ରାଲିରେ ପାର୍ଥିବ ଶରୀରକୁ ପୂରାଅଞ୍ଚରେ ପରିକ୍ରମା କରାଯାଇଥିଲା । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର ।