୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ଭୁବନେଶ୍ବର: ୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।
୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ଗତ ୨୦୨୨ ନଭେମ୍ବର ୯ ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନାମ ବାଦଦେବା ଓ ସାମିଲ କରିବା, ଆପତ୍ତି-ଅଭିଯୋଗ ସହ ସ୍ଥାନାନ୍ତର ଆଦି ଆବେଦନ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫ଲକ୍ଷ ୯୪ହଜାର ୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଥିଲା । ୩ ଲକ୍ଷ ୨୦ହଜାର ୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ।