ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ବର: ଓଡ଼ିଶା ଛୁଇଁଲା ମୌସୁମୀ। ବର୍ତମାନ ମୈାସୁମି ବର୍ଷା ଲାଗିରହିଛି ରାଜ୍ୟର ବିଭିନ୍ନ ଅଞ୍ଚଳରେ । ବାୟୁମଣ୍ଡଳରେ ବାଦଲ ଛାଇ ହୋଇରହିଛି । ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ଗଂଜାମରେ ବର୍ଷା ହେଉଛି । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେପଟେ ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେଣେ ଆସନ୍ତା ୩ ଘଣ୍ଟା ଲାଗି ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ। ଭୁବନେଶ୍ୱର ଲାଗି ବି ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ପାଗରେ ପରିବର୍ତ୍ତନ ହୋଇଛି । ବିଭିନ୍ନ ଜିଲ୍ଲାରେ ବର୍ଷା ଅନୁକୂଳ ପାଗ ଦେଖାଦେଇଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ।
ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ !!
ରାଜଧାନୀରେ ଲାଗିରହିଛି ବର୍ଷା !!! pic.twitter.com/AbgBrrq5Mc— Meteorological Centre, Bhubaneswar (@mcbbsr) June 22, 2023