ଅଧାଗଢା ଘରକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ୱର:  ବିଭିନ୍ନ ଯୋଜନାରେ ରାଜ୍ୟର ୧ ଲକ୍ଷ ୭୪ ହଜାର ହିତାଧିକାରୀଙ୍କ ଘର ଅଧା ନିର୍ମାଣ ହୋଇ ରହିଥିବାରୁ ତାକୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଏସବୁ ଘରକୁ ସମ୍ପୂର୍ଣ୍ଣ କରିବାରେ ବଡ଼ ସହାୟକ ହେବ । ବିଧାନସଭାର ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବନ୍ୟାପ୍ରବଣ ଅଞ୍ଚଳ ଓ ସ୍ବାଭିମାନ ଅଞ୍ଚଳରେ ଘର ନିର୍ମାଣ ପାଇଁ ଗୁରୁତ୍ବ ଦେବାକୁ ପ୍ରସ୍ତାବ ଦେଇଛି କମିଟି ।  ମୋ ଘର ପାଇଁ ରାଜ୍ୟ ସରକାର ସୁଧ ରିହାତି ଦେବେ । ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ ଉପରେ ସରକାର ଫୋକସ କରିଥିବା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଜୁନ ୧୬ ତାରିଖରୁ ମୋ ଘର ଯୋଜନା ପାଇଁ ଆବେଦନ ଗ୍ରହଣ କରାଯିବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ ।