ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ

ଭୁବନେଶ୍ବର: ଗତକାଲି ରାତିରେ ବାଲେଶ୍ୱର ଏସ୍‌ପି ତଥା ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ କରିବାକୁ ପଛାଇ ନାହାନ୍ତି ଦୁର୍ବୃତ୍ତମାନେ।  ଗତକାଲି ବିଳମ୍ବିତ ରାତିରେ ସାଗରିକାଙ୍କ ବାପା, ମାଆ ଏକ କାର୍‌ରେ ଘାଟିକିଆ ରାସ୍ତାରେ ନିଜ ଘର ଖଣ୍ଡଗିରିକୁ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଆମ୍ରି ହସପିଟାଲ ନିକଟରେ ସେମାନଙ୍କ କାର୍‌ ଆଗରେ ବାଇକ୍ ରଖି ଦେଇଥିଲେ। ପରେ ସାଗରିକାଙ୍କ ବାପା, ମାଆଙ୍କ ଠାରୁ ଟଙ୍କା ଓ ସୁନା ବାହାର କରି ଦେବାକୁ କହିଥିଲେ। ଟଙ୍କା,ସୁନା ଦେବାକୁ ସାଗରିକାଙ୍କ ବାପା, ମାଆ ଅରାଜି ହେବାରୁ ଲୁଟେରାମାନେ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।