୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ

ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା  । ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜିଙ୍କ ସୂଚନା । ଡାକ୍ତର ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସ୍‌ପି । ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମାମୁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଛାତ୍ରୀ ଜଣକ ଜଳିଯାଇଥିଲେ ନା କେହି ନିଆଁ ଲଗାଇ ଦେଇଥିଲେ ତାହା ଅସ୍ପଷ୍ଟ ରହିଛି । ନାବାଳିକା ଜଣକ ପଦ୍ମପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

ନାବାଳିକାଙ୍କୁ ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଘରେ ରହି ପାଠପଢ଼ୁଥିବା ଜଣାଯାଇଛି।

Leave a comment