ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢିଗଲା ବସ

ସମ୍ବଲପୁର: ଛାତ୍ରଙ୍କ ଉପରେ ଚଢିଗଲା ବସ । ଘଟଣା ସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରର ବାଲିବନ୍ଧା ଫେଜର କ୍ଲବ ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା ।  ଏକ ଘରୋଇ ଟୁରିଷ୍ଟ ବସ ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢି ଯାଇଥିଲା । ଏନଏଚ ବଦଳରେ ଟାଉନ ଭିତର ଦେଇ ବସଟି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ସ୍ଥାନୀୟ  ଅଂଚଳର ରୋନକ ନାଏକ l ଘଟଣା ସ୍ଥଳରୁ ବସକୁ ନେଇ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକ ଅଟକ ରଖିଥିଲେ । ବର୍ତ୍ତମାନ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା l ସଦର ଏସଡିପିଓ ଏବଂ ଅତିରିକ୍ତ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।