ଭୁବନେଶ୍ବର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖାକୁ ନେଇ ରାଜନୀତି ଜୋର ଧରିଛି । ତାଙ୍କ ଲେଖା ମାଧ୍ୟମରେ ସେ ବିଜେଡି, ମୁଖ୍ୟମନ୍ତ୍ରୀ, ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଦଳ ଏବେ ସଚିବଙ୍କ ଉପରେ ନିର୍ଭରଶୀଳ ଥିବା ତାଙ୍କ ଲେଖାରେ ଦର୍ଶାଇଛନ୍ତି ସୈାମ୍ୟବାବୁ । ସେପଟେ ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ବଦଳୁଥିବା ରୂପକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଜନ୍ମଦିନରେ ସୌମ୍ୟଙ୍କୁ ସତ କହିବାକୁ ଅନୁଭବ କହିଛନ୍ତି। ବାରମ୍ବାର ସମ୍ପାଦକୀୟ ମାଧ୍ୟମରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ସୌମ୍ୟ। ୨୦୧୯ରେ ରାଜ୍ୟସଭା ସାଂସଦ ଥିବା ବେଳେ ବିଧାୟକ ଟିକେଟ ପାଇଁ ନବୀନ ନିବାସରେ ଯୋଡହସ୍ତରେ ଅନୁରୋଧ କରିଥିଲେ ସୌମ୍ୟ ବୋଲି ସେ କହିଛନ୍ତି । ପୂର୍ବରୁ ମନ୍ତ୍ରୀ ପଦ ପାଇବା ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଥିବା ଅନୁଭବ ପଟ୍ଟନାୟକ କହିଥିଲେ
I hope this man atleast on his birthday today will speak the truth.
In 2019 when he was a Rajya Sabha MP, with folded hands he emotionally and desperately pleaded before more than 10 people in Naveen Niwas (one of the witnesses being me) for an MLA ticket.
— Anubhav Patnaik (@anubhavpatnaik7) August 18, 2023