କଥା ରଖିଲେ ମୋକିମ: ଗତକାଲି ଆଲୋଚନା କଲେ ଆଜି ଦିଲ୍ଲୀପଙ୍କ ହେଲା ଚିକିତ୍ସା

ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ ।ଗତକାଲି ଆଲୋଚନା କରିବା ପରେ ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଥିଲେ । ତେବେ ଗୋଟିଏ ଦିନ ପରେ ଦିଲ୍ଲୀପଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି ।

YouTube player

 

ଗତ ଦୁଇ ଦିନ ଧରି ଦିଲ୍ଲୀପଙ୍କ ସ୍ବାସ୍ଥ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚା ହେଉଛି । ଏହାରି ଭିତରେ ଦିଲ୍ଲୀପ କିଏ ସେ ବିଷୟରେ ମଧ୍ୟ ଚା ଖଟିରୁ ଆରମ୍ଭ କରି କାର୍ଯ୍ୟାଳୟରେ ଆଲୋଚନା ହେଉଛି । ଦିଲ୍ଲୀପ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡବାପା ତଥା ବିଜୁ ପଟ୍ଟନାୟକଙ୍କ ବଡ଼ ଭାଇ ହେଉଛନ୍ତି ଜର୍ଜ ପଟ୍ଟନାୟକ । ଆଉ ଜର୍ଜ ପଟ୍ଟନାୟକ ସାନ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ତେବେ ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ । ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି । ଆନନ୍ଦ ଭବନରେ ଦିଲୀପ ଓ ଝିଅ ରେଖା ରହୁଛନ୍ତି । ଉଭୟ ଶାରୀରିକ ଭାବେ ଅସୁସ୍ଥ । ଦିଲୀପ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି । ଏକ ଦୁର୍ଘଟଣାର ଶିକାର ପରେ ଆଉ ଭଲ ଭାବେ ଚାଲି ପାରୁନଥିଲେ । ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ରହୁଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି । ଘର ଭାଙ୍ଗିରୁଜି ଗଲାଣି । ଘର ଆଗରେ ଆଣ୍ଠୁଏ ବହଳର ଘାସ ଓ ଅନାବନା ଗଛ ଭରି ଯାଇଛି। ଆଉ ଏହି ଘରେ ରହୁଛନ୍ତି ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକ ।