ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ
ଭୁବନେଶ୍ବର: ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପ୍ଟେନ ପଦବୀରୁ ଇସ୍ତଫା ଦେଇଛନ୍ତି। ଏଥର ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚା ହେଉଛି । ତେବେ ସେ ନେଇ ସ୍ପଷ୍ଟ ହୋଇନାହିଁ । ଚାକରି ଛାଡିଥିବା ନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି। ରାଜନୀତିରେ ଯୋଗ ଦେବାକୁ ସେ ଚାକିରି ଛାଡ଼ିଥିବା ଚର୍ଚ୍ଚା ହେଉଛି। ସକ୍ରିୟ ରାଜନୀତିରେ ରହିବା ପାଇଁ ସେ ଚାକିରିରୁ ଅବ୍ୟାହତି ନେଇଥିବା ଜଣାପଡ଼ିଛି। ଇସ୍ତଫା ଦେବା ପରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପାଇଁ ମା’ଙ୍କ ଠାରୁ ସେ ଆଶୀର୍ବାଦ ନେଇଛନ୍ତି।