କେନ୍ଦ୍ରରୁ ଆସିଲା ଚିଠି : ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର: ଶେଷରେ ସଚିବଙ୍କୁ ନେଇ କେନ୍ଦ୍ର ଲେଖିଛି ଚିଠି ।  ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ରୂପେଶ କୁମାର ଏକ ଗୁୁରୁତ୍ବପୂର୍ଣ୍ଣ ଚିଠି ଲେଖିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ଦ୍ବାରା ଗତ ୨୪ ତାରିଖ ଦିନ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ କେନ୍ଦ୍ରୀୟ ସଚିବ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଲେଖିଛନ୍ତି। ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ ବୋଲି ଉଲ୍ଲେଖ କରାଯାଇଛି। ବିଭିନ୍ନ ଜିଲ୍ଲା ଗସ୍ତର ଅଭିଯୋଗ ପ୍ରମାଣ ସହ ପଠାଯାଇଥିଲା । ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ଆଜି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ କୁ ସଚିବ ଙ୍କ ନାମରେ ଅଭିଯୋଗ କରି ଚିଠି ଲେଖିଛନ୍ତି ।