ଅପରାଜିତାଙ୍କୁ ବିଜେଡିର ପ୍ରଶ୍ନ

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କୁ ବିଜେଡିର ୫ ପ୍ରଶ୍ନ । ଇସ୍କନ ସର୍ଭିସ ରୋଡ୍ ଜାତୀୟ ରାଜପଥରେ ବର୍ଷା ଦିନେ ପାଣି ଜମୁଛି । ରୋଗୀ, ଛାତ୍ରଛାତ୍ରୀ ଜନସାଧାରଣ ଅସୁବିଧାରେ ପଡ଼ୁଛନ୍ତି । ଗତ ଚାରି ବର୍ଷ ଧରି ଏଠାରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ପାରୁନି । ଜଳବନ୍ଦୀ ସ୍ଥିତି କେବେ ସୁଧୁରିବ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।   ସେ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ସାଂସଦ ? ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥ ଦେଇ ଦୁଇ ଘଣ୍ଟା ଲାଗୁଛି । କାରଣ ରୋଡ୍ ମରାମତି ଚାଲିଥିବାରୁ ଗାଡି ଠିକ୍ ଭାବେ ଯାଇପାରୁନି । ଏହି ଲାଇଫଲାଇନ ରାସ୍ତା କାମ କେବେ ସୁଦ୍ଧା ସରିବ ଉତ୍ତର ରଖନ୍ତୁ ମ୍ୟାଡାମ ସାଂସଦ । ତିନି ଚାରି ବର୍ଷ ତଳେ କ୍ୟାପିଟାଲ ରିଜିଅନର ମାଷ୍ଟର ପ୍ଲାନ ହୋଇଥିଲା, ବାସ୍ତବିକ ରୂପ କେବେ ନେବ ? ଟେଲିକମ୍ ଏବେ ଜରୁରୀ ସେବାରେ ପରିଣତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଅନେକ ବ୍ଲକରେ ଡାଟା ସ୍ପିଡ୍ ବା ଟେଲି ଡେନସିଟି ପାଇ ପାରିଲେନି । ଏ ବାବଦରେ ସେ କେନ୍ଦ୍ରକୁ ଜଣାଇଛନ୍ତି କି ? ବ୍ୟଙ୍କିଂ ସେବା ଅଧିକ ରହିଲେ ଜନସାଧାରଣ ଅଧିକରୁ ଅଧିକ ସୁବିଧା ପାଇବେ । ବ୍ୟାଙ୍କଂ ନେଟଓ୍ୱାର୍କ ବଢ଼ାଇବା ପାଇଁ ଭୁବନେଶ୍ୱର ସାଂସଦ ଏ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।