ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ

ପୁରୀ: ଓଡ଼ିଆ ଚଳଚ୍ଚିତ୍ରରେ ଜୀବନ୍ତ ଅଭିନୟ କରି ‌ଲୋକପ୍ରିୟ ଅଭିନେତା ପାଲଟିଯାଇଥିବା ପିଣ୍ଟୁ ନନ୍ଦ  ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ପ୍ରାଣ ହରାଇବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶେଷ ନିଦ୍ରାରେ ଶୋଇଥିବା ଦେଖି ଅନେକ କୋହ ସମ୍ଭରଣ କରିପାରିନଥିଲେ। ସ୍ବର୍ଗଦ୍ବାର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ରାମ ନାମ ସତ୍ୟ ହେ.. ସହ ଗୌରା ଓ ଅନନ୍ତା ଡାକରେ ଫାଟି ପଡ଼ିଥିଲା ଉକ୍ତ ସ୍ଥାନ।  ବହୁ କଳାକାର ଓ ପିଣ୍ଟୁ ନନ୍ଦଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଶେଷ ଦର୍ଶନ କରିଥି୍ଲେ।