ବାହାନଗା ରେଳ ଦୁର୍ଘଟଣା: ଆଉ ଜଣେ ଆହତ ଆଖି ବୁଜିଲେ
କଟକ : ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବାହାନଗା ରେଳ ଦୁର୍ଘଟଣାର ଆଉ ଜଣେ ଆହତଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ପଶ୍ଚିମବଙ୍ଗର ପାଲ୍ତୁ ନାସ୍କର(୨୬)। ରେଳ ଦୁର୍ଘଟଣାର ମୋଟ ମୃତକଙ୍କ ସଂଖ୍ୟା ୨୯୨ ଛୁଇଁଛି।ଦିନ ୧୨ଟା ୪୫ରେ ସେଣ୍ଟ୍ରାଲ୍ ଆଇସିୟୁ ବେଡ୍ ନମ୍ବର ୧୪ରେ ଚିକିତ୍ସିତ ହେଉଥିବା ପାଲ୍ତୁଙ୍କର ମୃତ୍ୟୁ ହୋଇଛି। ସେ ୩ତାରିଖରୁ ଏସ୍ସିବିରେ ଚିକିତ୍ସିତ ହେଉଥିଲେ। ପାଲ୍ତୁଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏସ୍ସିବିରେ ଏବେ ୪୦ଜଣ ଆହତ ଚିକିତ୍ସିତ ହେଉଥିବା ବେଳେ ଆଇସିୟୁରେ ୧୧ଜଣ ରହିଛନ୍ତି।