ପୁରୀକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍
ପବିତ୍ର ରଥଯାତ୍ରା ଅବସରରେ ଜୁନ୍ ୨୦ରୁ ୩୦ ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଭଦ୍ରକ, ଯାଜପୁର, କେନ୍ଦୁଝର, ପାରାଦୀପ, ଗୁଣୁପୁର, ସମ୍ବଲପୁର, ନୂଆଗାଁ, ଜଗଦଲପୁର, ରାଉରକେଲା, ଅନୁଗୁଳ, ବିଶାଖାପାଟଣା ଆଦି ସ୍ଥାନରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଶ୍ରଦ୍ଧାଳୁମାନଙ୍କ ପାଇଁ https://eastcoastrail.indianrailways.gov.in ୱେବସାଇଟ୍ରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ସମୟ ବିବରଣୀ ଉପଲବ୍ଧ କରାଯାଇଛି। ଅନ୍ୟପଟେ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ରେଳଷ୍ଟେସନ , ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଦର୍ଶନ ପାଇଁ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।