ସାଂସଦ ଅପରାଜିତାଙ୍କ ବିଜେଡିକୁ ଟାର୍ଗେଟ ପରେ ଶ୍ରୀମୟୀ କହିଲେ ବିକାଶ କାମ ଦେଖି ସାଂସଦ ଭୟଭୀତ
ଭବନେଶ୍ବର: ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିବା ପରେ ଉତ୍ତର ରଖିଛି ବିଜେଡ । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ବିଜେପି ସାଂସଦ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି । ତାଙ୍କୁ ଭୁବନେଶ୍ବର ଦାୟିତ୍ବ ମିଳିବା ପରେ ସେ ଭୟଭୀତ ହୋଇଯାଇଛନ୍ତି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଦେଖି ସେ ଭୟଭୀତ । ତେବେ ବିକାଶମୂଳକ କାର୍ଯ୍ୟ କାହିଁକି ତାଙ୍କୁ ପସନ୍ଦ ଆସୁନି ବୋଲି ଶ୍ରୀମୟୀ ମିଶ୍ର ପ୍ରଶ୍ନ କରିଛନ୍ତି । ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠୁ ସେ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେବେଠୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରିପାରିନାହାଁନ୍ତି । ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡି ସରକାରରେ ମନ୍ତ୍ରୀ ନେତା ଥାଉ ଥାଉ ପ୍ରଶାସକ ସବୁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।