ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ: ମନ୍ତ୍ରୀଙ୍କ ବୟସକୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ତାଙ୍କୁ ବିଦା କରାଯାଇଥିବା କହୁଥିବା ବେଳେ ଏଥିରେ କିଛି ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ ପଦ ଯାଇଥିବା ଚର୍ଚା ହେଉଛି । ଏକ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ କରିଥିଲେ ବାର୍ଷିକ ବିଭାଗୀୟ ସମୀକ୍ଷା । ତେବେ ଦଳ ପକ୍ଷରୁ କୁହାଯାଇଛି ଯେ ପ୍ରଦର୍ଶନ ଯୋଗୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୨ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ ରୋହିତ । ବାର୍ଷିକ ବିଭାଗୀୟ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଥିଲା । ଉଚ୍ଚଶିକ୍ଷା ବିଭାଗର ବହୁ କାର୍ଯ୍ୟ ଅଟକି ରହିଥିଲା ।