ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆପଡ଼ା: ପୁଣି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାହାନଗା ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନ ବଗିରେ ନିଆଁ ଲାଗିଥିବା  ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ  । ନୂଆପଡ଼ା ଖରିଆର ରୋଡରେ ଲାଗିଲା ନିଆଁ । ଏସିବଗି ନିକଟରେ  ନିଆଁ ବଢ଼ିବା ପୂର୍ବରୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଦ୍ୱାରା ନିଆଁକୁ କରାଗଲା ଆୟତ୍ତ । ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା । ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ଘଟିଥିଲା ସ୍ପାର୍କିଂ ।