ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ ଓ ମୟୁରଭଞ୍ଜର  ଘର, ଅଫିସ୍ ସମେତ ମୋଟ ୭ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୫ ଜଣ ଡ଼ିଏସପି, ୧୨ ଜଣ ଇନିସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ। ଭୁବନେଶ୍ୱର ଚନ୍ଦ୍ରଶେଖର ପୁରରେ ରହିଛି ଆବାସିକ ଫ୍ଲାଟ, ପଟିଆରେ ରହିଛି ଏକ ଫ୍ଲାଟ, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡରେ ରହିଛି ଏକ ଘର। ଭୁବନେଶ୍ୱର ନହରକଣ୍ଟାରେ ରହିଛି ଦୁଇଟି ପ୍ଲଟ। ସେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭାବେ ଯୋଗ ଦେଇଥିଲେ।