OdishaPolitics ଏବର୍ଷ ପାୱାର୍ କଟ୍ ହେବନାହିଁ: ଶକ୍ତି ମନ୍ତ୍ରୀ On Apr 12, 2023 ଜାପାନରୁ ଫେରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବଡ଼ ଘୋଷଣା କରିଛନ୍ତି । ଏବର୍ଷ ପାଓ୍ବାର କଟ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀଙ୍କ ଘୋଷଣା କେତେ ସତ ହେଉଛି ତାହାକୁ ନେଇ ଚର୍ଚା ହେଉଛି । ବର୍ଷ ବର୍ଷ ଧରି ଆଗରୁ ପାଓ୍ବାର କଟ ହୋଇ ଆସୁଛି । ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍ରେ ରହିବା ଆମ ରାଜ୍ୟରେ ଦେହଶୁଆ ହୋଇଗଲାଣି । ଏବର୍ଷ ରାଜ୍ୟରେ ପାୱାର କଟ୍ ହେବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଗଣମାଧ୍ୟମରେ ସୂଚନା ଦେବା ପରେ ଏହାକୁ ନେଇ ସବୁଠି ଚାଲିଛି ଆଲୋଚନା । ସେ ଆହୁରି ବି କହିଛନ୍ତି ଯେ ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍ କଟ୍ ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପାୱାର୍ କଟ୍ ହେବନି। Share