ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ ।  ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଏବେ ବିଶ୍ୱଦରବାରରେ ପରିଚିତ । ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ ବୋଲି ଅନେକ ମତ ଦେଇଛନ୍ତି। ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ଗତବର୍ଷ ପ୍ରଥମ କରି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ।
ଜିଲ୍ଲା ପ୍ରଶାସନ ଏହି ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛି।