କୋଇଲା ଖଣିରେ ବଡ଼ ଧରଣର ଅଘଟଣ: ୨ କର୍ମଚାରୀ ମୃତ
ସୁନ୍ଦରଗଡ଼: ଏମସିଏଲ ଗର୍ଜନବାହାଲ କୋଇଲା ଖଣିରେ ବଡ଼ ଅଘଟଣ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଖଣି କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଉପରେ ଭାରୀଯାନ ହୋଲପେକ୍ ମାଡ଼ିଯିବାରୁ ଗାଡ଼ିରେ ଥିବା ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରପ୍ରାପ୍ତ ମୁଖ୍ଯ ଜଗଦୀଶ ଓରାମଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି। ଅନ୍ଯ ୭ କର୍ମଚାରୀ ଗୁରୁତର ହୋଇପଡିଛନ୍ତି।