କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗର ହାତ ବଢ଼ାଇଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ

କ୍ରୀଡ଼ା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି  ନିପନ ଷ୍ଟିଲ । ଓଡ଼ିଶାରେ ଉନ୍ନତମାନର ଜିମ୍ନାଷ୍ଟ ସୃଷ୍ଟି କରିବା ଲାଗି କମ୍ପାନି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କମ୍ପାନି ମଧ୍ୟରେ  ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ,ପୁରୀ, ଜୟପୁର ଓ ରାଉରକେଲାରେ ଜିମ୍ନାଷ୍ଟିକ୍ସ ଏକାଡେମୀ ହେବ। ଓଡ଼ିଶା ସରକାର ଏଚ୍‌ପିସି ଓ ଏକାଡେମୀ ଲାଗି ଭିତ୍ତିଭୂମି ଯୋଗାଇବେ । ଜାପାନର କ୍ୟୋତୋଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏନ୍ଏସ୍‌ ଇଣ୍ଡିଆର ମାନବ ସମ୍ବଳ ଓ ପ୍ରଶାସନିକ ନିର୍ଦ୍ଦେଶକ କେଇଜି କୁବୋତା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।