ବିଧାନସଭାର ବଜେଟ୍ ଅଧିବେଶନ ବେଶ୍ ସରଗରମ ହେବ, ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ କି ନାହିଁ ସନ୍ଦେହ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ହେବ । ବିଜେଡିକୁ ଘେରିବାକୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବେ । କଂଗ୍ରେସ, ବିଜେପି ସରକାରଙ୍କୁ ବିଧାନସଭାରେ ଘେରିବା ପାଇଁ ଘୋଷଣା କରିଥିବାବେଳେ ଶାସକ ବିଜେଡି ଗୃହରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଂଗ କରିବ । ତେବେ ଏଥର ଅଧିବେଶନରେ ଗୃହ ସୁରୁଖୁରରେ ଚାଲିବ ନାହିଁ ।

ସେପଟେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଡାକିଥିବା ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟର ସୁପରିଚାଳନା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଅସୁସ୍ଥ ଥିବା ବିଧାୟକ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବୋଲି ଶାସକ ଦଳର ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେପି ଏହାକୁ ନେଇ ବିରୋଧ କରିଛି ।  କରୋନା ନଥିବାବେଳେ ଏଭଳି ଭର୍ଚୁଆଲ ବ୍ୟବସ୍ଥାର ଆବଶ୍ୟକତା ନାହିଁ ଓ ସମସ୍ତେ ଗୃହରେ ଉପସ୍ଥିତ ରୁହନ୍ତୁ ବୋଲି ଦାବି କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁଛନ୍ତି ନା ଭର୍ଚୁଆଲରେ ରହୁଛନ୍ତି ତାହା ପରେ ଜଣାପଡିବ ।