୭ ଜିଲ୍ଲାରେ କୁଆପଥର ବର୍ଷା କମିଲା ତାପମାତ୍ରା

ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍‌ସିଂହପୁର ଆଦି ୭ଟି ଜିଲ୍ଲାରେ  କୁଆପଥର ବର୍ଷା ହୋଇଛି। ମାତ୍ର ଦେଢ଼ ଘଣ୍ଟା ଭିତରେ ପୂରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ। ତାପମାତ୍ରା ଏକାବେଳକେ ୩୩.୬ ଡିଗ୍ରିରୁ ୨୦.୮ ଡିଗ୍ରିକୁ ଖସିଗଲା।  ବର୍ଷା ଯୋଗୁଁ  ରାଜଧାନୀ ପାଣିପାଗରେ ଏମିତି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ପାରଦ ୧୨.୮ ଡିଗ୍ରି ଖସି ଯାଇଥିଲା ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।