Odisha ରେଳ ବିହାର ଯୁବ ପରିଷଦ ତରଫରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ On Feb 20, 2023 ରେଳ ବିହାର ଯୁବ ପରିଷଦ ତରଫରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ । ରେଳବିହାର ଯୁବପରିଷଦ କାର୍ଯ୍ୟାଳୟରେ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହରେ ଅତିଥିମାନେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗ ଦେଇଥିବାବେଳେ ରେଳ ବିହାର ଯୁବ ପରିଷଦର ସଭାପତି ପ୍ରତ୍ୟୁଷ ଭଞ୍ଜ ଓ ସମ୍ପାଦକ ଅନୁ ଜେନା କର ସାମିଲ ହୋଇଥିଲେ । ସମ୍ମାନୀତ ଅତିଥିମାନଙ୍କୁ ମାନପତ୍ର, ଉତ୍ତରୀୟ ଦେବା ସହ ଗୋଟେ ଲେଖାଏଁ ଗଛ ପ୍ରଦାନ କରାଯାଇଥିଲା । ଏକଥା ମଧ୍ୟ କୁହାଯାଇଥିଲା “ସବୁ କଥା ଆମ ପଛ ଗଛ ଲଗାଇବା ଆସ” । ତେବେ ଶ୍ରେଷ୍ଠ ସାମ୍ବାଦିକ ମାନଙ୍କ ମଧ୍ୟରେ ସର୍ବ ପୁରାତନ ସମ୍ବାଦପତ୍ର ସମାଜରୁ ପ୍ରଦୀପ କୁମାର ଜେନା, ଆଜ୍ ତକ୍ ଟେଲିଭିଜନ ଚ୍ୟାନେଲରୁ ଅଜୟ କୁମାର ନାଥ, ସାମ୍ବାଦିକା ଦିପ୍ତିମୟୀ ନାୟକଙ୍କୁ ବୃକ୍ଷ ଚାରା, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା Share