ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନେଇ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିବାକୁ ନେଇ ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ।ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଏହାପରେ କେତେକ କର୍ମୀଙ୍କୁ ପୁଲିସ ଉଠାଇନେଇଛି । ଗତ କିଛିଦିନ ଧରି ଏହି ମାମଲାରେ ବିଧାୟକଙ୍କୁ ତଦନ୍ତ ପରିସରଭୂକ୍ତ କରିବା ପାଇଁ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଦାବି ହେଉଛି । ତେବେ ସୁଶାନ୍ତ ତଦନ୍ତ ପରିସର ହୋଇନାହାଁନ୍ତି ।