OdishaPolitics ସ୍ବାଭାବିକ ଚାଲିଛି ବିଧାନସଭା Last updated Mar 18, 2023 ଭୁବନେଶ୍ୱର: କିଛି ଦିନ ଧରି ସରକାର ପକ୍ଷ ଏବଂ ବିରୋଧୀ ପକ୍ଷଙ୍କ ମଧ୍ୟରେ ହୋହଲ୍ଲା ପରେ ସ୍ବାଭାବିକ ଚାଲିଛି ବିଧାନସଭା । ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗୁଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଉଛି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡକୁ ୫୦ଦିନ ପୁରିଗଲାଣି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିଲାନି। ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି। ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର। ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି। ଗୋଟିଏ ଅଡିଓ ବୁଲୁଚି, ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ। ଶାସକ ଦଳର ସହଯୋଗ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ବିଭାଗୀୟ ଖର୍ଚ୍ଚ ଦାବି ଆଜି ଚାଲିଛି । Share