ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ବୁଝିବ ଓଡ଼ିଶା ପରିବାର ନିର୍ଦେଶାଳୟ

ଭୁବନେଶ୍ବର: ସମଗ୍ର ଓଡ଼ିଆ ଜାତିଙ୍କୁ ଏକତ୍ରିତ କରିବା,ସେମାନଙ୍କ ସମସ୍ୟା ସମାଧାନ କରିବା  ପାଇଁ  ରାଜ୍ୟ ସରକାର ଚାହିଁଛନ୍ତି । ବିଶ୍ଵରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବା ର ନୂଆ ପ୍ରେରଣା ନେଇ ଏକ ନିର୍ଦେଶାଳୟ ଖୋଲା ଯାଉଛି। ବିଶ୍ୱରେ ଓଡ଼ିଆ ଜାତିର ନୂଆ ଉନ୍ମେଷ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ସବୁ ପ୍ରବାସୀମାନଙ୍କ ସହିତ ଆମର କନେକସନ ନଥିଲା ତେଣୁ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଏହି ଦପ୍ତର ଖୋଲା ଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବାସୀ ଓଡ଼ିଆମାନଙ୍କର ସମସ୍ୟା ବୁଝିବା ପାଇଁ ଗୋଟେ ସ୍ୱତନ୍ତ୍ର ଦପ୍ତର ରହିବ। ଏହା ଦ୍ୱାରା ଓଡ଼ିଆମାନଙ୍କର ଜାତୀୟତାର ପରିପ୍ରକାଶ ହେବ।