ଅର୍ଚ୍ଚନା ନାଗଫାସରେ ଫଶିଥିଲେ ନୟାଗଡର ଜଣେ ରାଜନେତା

ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ପ୍ରମାଣ ପାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗଣମାଧ୍ୟମରେ ବହୁଦିନ ଧରି ଯାହା ଆଲୋଚନା ହେଉଥିଲା, ସେ ସମ୍ପର୍କରେ ଉଠୁଥିବା ଅଭିଯୋଗର ତଦନ୍ତ କରି ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଯେଉଁ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛନ୍ତି ତାର କିଛି ଅଂଶ ହସ୍ତଗତ ହୋଇଛି । ଚମକାଇ ଦେଲା ଭଳି କେତୋଟି ତଥ୍ୟ ଏଥିରେ ରହିଛି ।ଇଡି ଏଥିରେ ହନିଟ୍ରାପିଂ ବା ପ୍ରେମ ଜାଲରେ ଫଶାଇ କିଭଳି ଟଙ୍କା ଲୁଟ କରାଯାଇଛି, ତାର ପ୍ରମାଣ ପାଇଛି । ଆଉ ଶ୍ରଦ୍ଧାଞ୍ଜଳିଙ୍କ ଆକାଉଁଟରୁ ଇଡି ୧୪ଲକ୍ଷ ୮୫ ହଜାର ଟଙ୍କା ଆସିଥିବା ପ୍ରମାଣ ପାଇଛି । ଏ ହେଉଛନ୍ତି, ସେହି ଶ୍ରଦ୍ଧାଞ୍ଜଳି ଯିଏ ଅକ୍ଷୟ ପରିଜାଙ୍କୁ ଫଶାଇଥିଲେ । ଆଉ ଯାହାଙ୍କର ଫଟୋ ଭାଇରାଲ ହେବା ପରେ ପୁରା ମାମଲା ପଦାକୁ ଆସିିଥିଲା । ଇଡି ପାଇଥିବା ତଥ୍ୟ ଅନୁସାରେ, ବହୁ ପରିମାଣର ଟଙ୍କା ଅର୍ଚ୍ଚନା ନାଗଙ୍କ ଆକାଉଂଟକୁ ଆସିଛି । ତାଙ୍କ ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱର ପାତ୍ରଙ୍କ ଆକାଉଁଂଟରରେ ଟଙ୍କା ନେଣଦେଣର ଯଥେଷ୍ଟ ପ୍ରମାଣ ରହିଛି । ଅର୍ଥାତ ଏମାନେ ଏକ ରାକେଟ ତିଆରି କରିଥିଲେ । ଆଉ ଏହି ରାକେଟ ବଡ ବଡିଆଙ୍କ ଭିଡିଓ ସୁଟ୍ କରି ତାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟ୍ କରୁଥିଲେ ।