କାଲି ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କାଲିଠୁ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୩ ହଜାର ୨୧୮ କେନ୍ଦ୍ରରେ ୫ଲକ୍ଷ ୪୧ ହଜାର ୨୪୭ ଶିକ୍ଷାର୍ଥୀ ଦେବେ ପରୀକ୍ଷା । ପ୍ରଥମ ଦିନରେ ଘଣ୍ଟାଏ ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ମୋଟ ୩୧୬ ନୋଡ଼ାଲ ସେଣ୍ଟରରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ସକାଳ ୬ଟାରୁ ୭ଟା ଭିତରେ ସେଣ୍ଟରରେ ପହଞ୍ଚିବେ ପ୍ରଶ୍ନପତ୍ର । ସମ୍ବେଦନଶିଳ ସେଣ୍ଟର ଗୁଡ଼ିକ ଉପରେ ନଜର ରଖାଯାଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଆଡମିଟ୍ କାର୍ଡ, ବ୍ଲୁ ଏବଂ ବ୍ଲାକ୍ ପେନ୍, ପେନସିଲ ଓ ଜୋମେଟ୍ରି ବକ୍ସ ନେଇ ପିଲାମାନେ ପରିକ୍ଷା କେନ୍ଦ୍ରକୁ ଯିବେ । ପ୍ରଥମ ଦିନ ଘଣ୍ଟାଏ ଆଗରୁ ପିଲାମାନେ ପରିକ୍ଷା କନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।