ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ ବିଶ୍ୱାଳ

ସତ୍ୟବାଦୀ : ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ ବିଶ୍ୱାଳ ।  ସତ୍ୟବାଦୀର ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।  ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନ ଭାଇ  । ଜନ୍ମମାଟି ଅଳଗୁମରେ ପହଞ୍ଚିଲା ପରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହିଦଙ୍କ ଶେଷକୃତ୍ୟ ହୋଇଛି । ଭୁବନେଶ୍ୱରର ବିମାନ ବନ୍ଦରରୁ ମର ଶରୀରରୁ ଶୋଭାଯାତ୍ରରେ ପୈତ୍ରିକ ଗ୍ରାମକୁ ଅଣାଯିବା ପରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଜି ଏୟାରପୋର୍ଟରେ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେନା ପକ୍ଷରୁ ମଧ୍ୟ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।