5T ଏବଂ ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଲେ ଅନେକ ସଂଗଠନ
ଭୁବନେଶ୍ୱର : ଭି କେ ପାଣ୍ଡିଆନ ଫାଇଭ ଟି ଓ ନବୀନ ଓଡ଼ିଶାର ସଧ୍ୟକ୍ଷ ଦାୟିତ୍ଵ ନେବା ପରେ ବିଭିନ୍ନ ସଂଗଠନ, ବିଜୁ ଛାତ୍ର ଓ ଯୁବ ସଂଗଠନ ଓ ରାଜ୍ୟ ବିଡ଼ିଓ ସଂଘର କର୍ମକର୍ତାମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।ଆଜି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଟ୍ରାନସଜେଣ୍ଡ ସଙ୍ଘ ଶାଖାର ଉପଦେଷ୍ଟା ମୀରା ପରିଡା ଓ କର୍ମକର୍ତ୍ତା, ଓଡିଶା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଘ, ନୂଆଦିଲ୍ଲୀର ଓଡ଼ିଆ ମହାମଞ୍ଚ, ରାଜ୍ୟ ବିଡ଼ିଓ ସଙ୍ଘ, ପଞ୍ଜାବୀ ଗ୍ଲୋବାଲ ଫାଉଣ୍ଡେସନ, ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟିଥିଲେ । ବେସରକାରୀ, ସାର୍ବଜନୀନ ତଥା ରାଜନୈତିକ ସଂଗଠନ ସମେତ ଅନେକ ସଂଗଠନ ଆଜି 5T, ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ନବୀନ ନିୱାସରେ ଭେଟି ତାଙ୍କୁ ନୂତନ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନର ସ୍ୱପ୍ନକୁ ପାଣ୍ଡିଆନ ନିଶ୍ଚୟ ପୁରଣ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଫାଇଭ ଟି ଓ ନବୀନ ଓଡିଶା ଅଧକ୍ଷ ମଧ୍ୟ ନୂଆ ଓଡିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନୂଆ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ହାତ ମିଶାଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଦିନରାତି କାର୍ଯ୍ୟ କରୁଛନ୍ତି । ଏକ ରୂପାନ୍ତରିତ ଓଡିଶା ଗଠନରେ ନବୀନଙ୍କ ଅଭିଯାନର ମଙ୍ଗୁଆଳ ସାଜିଥିବାରୁ ସବୁ ସଂଗଠନର କର୍ମକର୍ତ୍ତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।